ନୂଆଦିଲ୍ଲୀ: କ୍ରୋଏସିଆ ର ପୋରିକ ରେ ଥିବା ଯାଟିକା ସ୍ପୋର୍ଟସ ସେଣ୍ଟର୍ ରେ ଚଳିତ ୩ ରୁ ୯ ଫେବୃୟାରୀ ପର୍ୟ୍ୟନ୍ତ ଏଫ୍ ଆଇ ଏଚ୍ ୭ ମ ସଂସ୍କରଣ ଇଣ୍ଡୋର ପୁରୁଷ ଓ ମହିଳା ସିକ୍ସ ଏ ସାଇଡ ହକି ବିଶ୍ୱକପ୍ ଆୟୋଜିତ ହେବ। ଏଥିରେ ପୁରୁଷ ରେ ୧୨ ଟି ଓ ମହିଳା ରେ ମଧ୍ୟ ୧୨ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି।ପୁରୁଷ ବର୍ଗ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, କ୍ରୋଏସିଆ, ଜର୍ମାନୀ, ଇରାନ,ମାଲେସିଆ, ନାମ୍ବିଆ,ପୋଲାଣ୍ଡ, ସlଉଥ ଆଫ୍ରିକା ଓ ତ୍ରିନିଦାଦ ଟବାକୋ ଭଳି ଦେଶ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ସେହିଭଳି ମହିଳା ବର୍ଗ ରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ , ବେଲଜିୟମ, କ୍ରୋଏସିଆ,ଚେକ୍ ରିପବ୍ଲିକ,ଜର୍ମାନୀ, ନାମ୍ୱିଆ, ନିଉଜିଲ୍ୟାଣ୍ଡ,ପୋଲାଣ୍ଡ,ସାଉଥ୍ ଆଫ୍ରିକା, ଥାଇଲାଣ୍ଡ ଓ ଆମେରିକା ମଧ୍ୟ ଯୋଗ୍ୟତା ଅର୍ଜନ କରି ବିଶ୍ଵକପ ରେ ଭାଗ ନେଇଛନ୍ତି। ଏହି ସିକ୍ସ ଏ ସାଇଡ ବିଶ୍ଵକପ ହକି ରେ ଆଜି ପର୍ଯ୍ୟନ୍ତ ଭାରତ ଭାଗ ନେଇ ପାରୁ ନାହିଁ କାରଣ ଭାରତ ପାଖରେ ଅଭ୍ୟାସ କରିବା ପାଇଁ ଭିତ୍ତିଭୂମି ନାହିଁ। କିନ୍ତୁ ଏହି ପ୍ରତିଯୋଗିତା ରେ ଭାଗ ନେଉଥିବା ଦେଶ ଭାରତ ଭଳି ଅନ୍ୟ ସବୁ ପ୍ରକାର ହକି ଖେଳିବା ଆରମ୍ଭ କରି ସାରିଛନ୍ତି।ସେହିଭଳି ଭାରତ ମଧ୍ୟ ସିକ୍ସ ଏ ସାଇଡ ପାଇଁ ଭିତ୍ତିଭୂମି ନିର୍ମାଣ କରି ଅଭ୍ୟାସ କରିବା ଦରକାର ବୋଲି ଅନେକ ପୂର୍ବତନ ହକି ଖେଳାଳୀ ନିଜର ମତ ପୋଷଣ କରିଛନ୍ତି।