ମହିଳା ଏସିଆ କପ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ।ଭାରତୀୟ ମହିଳା ଫୁଟବଲ ଦଳ ରେ ଓଡ଼ିଶାର ଦୁଇ ତାରକା ପ୍ୟାରୀ , ମନୀଷା


କଟକ: (୧୬.୬.୨୫) ଆସନ୍ତା ୨୩ ଜୁନ ରୁ ଏ ଏଫ୍ ସି ମହିଳା ଏସିଆ କପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବ ଭାରତ। ଏଥିପାଇଁ ଏକ ୨୪ ଜଣିଆ ଭାରତୀୟ ମହିଳା ଦଳ ଗୋଷଣ ହୋଇଛି। ଏହି ୨୪ ଜଣିଆ ଦଳରେ ଓଡ଼ିଶାର ଦୁଇ ତାରକା ଫରୱାର୍ଡ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ନାଏକ ସ୍ଥାନ ପାଇଛନ୍ତି।
ଭାରତ ମୋଟ ୪ ଟି ମ୍ୟାଚ୍ ଆୟୋଜିତ ଥାଇଲ୍ୟାଣ୍ଡ ରେ ଖେଳିବ । ଆସନ୍ତା ଜୁନ ୨୩ ରେ ପ୍ରଥମ ମ୍ୟାଚ ମଙ୍ଗୋଲିଆ,ଜୁନ ୨୯ ରେ ଟି ମୋର ଲେଷ୍ଟେ, ଜୁଲାଇ ୨ ରେ ଇରାକ ଓ ଜୁଲାଇ ୫ ରେ ଘରୋଇ ଥାଇଲ୍ୟାଣ୍ଡ ସହିତ ଖେଳିବ।ପ୍ୟାରୀ ଓ ମନୀଷା ନିୟମିତ ଭାରତୀୟ ମହିଳା ଦଳ ପକ୍ଷରୁ ଖେଳି ଆସୁଛନ୍ତି। ଦୁଇ ଖେଳାଳି ଭାରତୀୟ ଦଳର ନିର୍ଭର ଯୋଗ୍ୟ ଖେଳାଳି ।ପ୍ୟାରୀ ଫରୱାର୍ଡ ଖେଳାଳି ହିସାବରେ ଅନେକ ସୁନାମ ଅର୍ଜନ କରିଛନ୍ତି ଏସିଆ ମହାଦେଶ ରେ ଏକ ପରିଚିତ ମହିଳା ଫୁଟବଲ ଖେଳାଳୀ।

Leave a Reply

Your email address will not be published. Required fields are marked *