ଜୁନ ୧୮ ରୁ ଚେନ୍ନାଇ ରେ ମାଷ୍ଟର ହକି ପ୍ରତିଯୋଗୀତା

ଚେନ୍ନାଇ: (୧୬-୬-୨୫) ପ୍ରଥମ ଥର ପାଇଁ ହକି ଇଣ୍ଡିଆ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ବର୍ଗ ରେ ମାଷ୍ଟର ହକି ପ୍ରତିଯୋଗୀତା ଜୁନ ୧୮ ରୁ ଜୁନ ୨୭ ପର୍ଯ୍ୟନ୍ତ ଚେନ୍ନାଇ ରେ ଆୟୋଜିତ ହେବାକୁ ଯାଉଛି। ଏଥିରେ ସମସ୍ତ ରାଜ୍ୟ ଭାଗ ନେବାକୁ ଥିଲା ବେଳେ ଆଜି ବିଧିବଦ୍ଧ ଭାବେ ଚେନ୍ନାଇ ରେ ପ୍ରତିଯୋଗିତାର ମାସ୍କଟ ଉନ୍ମୋଚିତ ହୋଇ ଯାଇଛି । ଏହି ପ୍ରତିଯୋଗିତା ଆଗାମୀ ଯୁବ ପିଢ଼ି ଙ୍କ ପାଇଁ ପ୍ରେରଣା ଦାୟୀ ହେବ । ଏହି ପ୍ରତିଯୋଗିତା ପାଇଁ ଆଜି ଓଡିଶା ଉଭୟ ଦଳ ରାଉରକେଲା ରୁ ଭୁବନେଶ୍ଵର ଓ ୧୭ ରେ ଭୁବନେଶ୍ୱର ରୁ ଚେନ୍ନାଇ ଯାତ୍ରା କରିଛନ୍ତି । ଉଭୟ ପୁରୁଷ ଓ ମହିଳା ଦଳରେ ଅନେକ ଆନ୍ତର୍ଜାତୀୟ ଖେଳାଳି ଅଛନ୍ତି । ପୁରୁଷ ଓ ମହିଳା ଦଳର କ୍ୟାପଟେନ ଆଲମ୍ପୀୟନ୍ ଲାଜରୁଷ ବାର୍ଲ୍ଲା ଓ ଅନ୍ତର୍ଜାତୀୟ ଗୋଲ କିପର ପୁନମ ଟପ୍ପ । ପୁରୁଷ ଦଳର କୋଚ କାଳୁ ଚରଣ ଚୌଧୁରୀ ଓ ମ୍ୟାନେଜର ବାର୍ଥ ଲୋମି କେରକେଟା ହୋଇଥିବା ବେଳେ ମହିଳା ଦଳର କୋଚ ଲୁସିଲା ଏକ୍କା ଓ ମ୍ୟାନେଜର ଜେମ୍ସ କୁଜୁର୍। ଉଭୟ କୋଚ ଓ ମ୍ୟାନେଜର ଦଳ ସହିତ ଚେନ୍ନାଇ ଯାତ୍ରା କରିଛନ୍ତି।ଉଭୟ ଦଳ ଏକ ସନ୍ତୁଳିତ ଦଳ ବୋଲି କୋଚ୍ କାଳୁ ଚରଣ ଚୌଧୁରୀ କହିଛନ୍ତି।

ପୁରୁଷ ଦଳ: ସୁଶାନ୍ତ କୁମାର ସିଂହ, ବିଜୟ କୁମାର ଦାସ (ଗୋଲ କିପର) , ସୁଶିଲ କୁମାର ଟେଟେ, ଲଧୁ ଏକ୍କା,ସୁରେନ୍ଦ୍ର ଟିଗା, ନୈମାନ୍ କୁମାର ତିର୍କୀ, ଦେଉନିଶ ବାରା,ସନ୍ଦୀପ କିଣ୍ଡୋ(ରକ୍ଷଣ ଭାଗ ଖେଳାଳି) ଅନିଲ କୁଲିଆ,ସୁନିଲ ଲାକ୍ରା,ଲାଜରୁଷ ବାର୍ଲ୍ଲା,ଅଜୟ କୁମାର ବାଲ୍ଲା, ଜାଭିର ଲାକ୍ରା,(ମଧ୍ୟ ଭାଗ ଖେଳାଳି) ଅନିଲ କୁମାର ଏକ୍କା,ରଜତ କୁମାର ମିଞ୍ଜ,ସେପ୍ରୀୟାନ କେରକେଟା, ସାନ୍ତିଲ ମୁଣ୍ଡୁ, ବର୍ନାର୍ଡ ଲାକ୍ରା ( ଫରୱାର୍ଡ ଖେଳାଳି)

ମହିଳା ଦଳ: ପୁନମ୍ ଟପ୍ପ, ପ୍ରତିମା ଏକ୍କା(ଗୋଲ କିପର) ଆନ୍ନାମେରି ସଞ୍ଜୟ ତିର୍କୀ,ପ୍ରତିମା ତିର୍କୀ, ଅସୀମା ସଞ୍ଜୟ ତିର୍କୀ,ସରିତା ରୋସନ ମିଞ୍ଜ, ଏଜ୍ରିନ ଡ଼ାଡେଲ୍ ( ରକ୍ଷଣ ଭାଗ ଖେଳାଳି) ଆଗ୍ନେସିଆ ଟ, ଜସିନିତା ଟପ୍ପ, ରଞ୍ଜିତା ବେକ୍,ମାରୀୟମ ଅଥେୟା,ଦୁଲାରି ମିଞ୍ଜ(ମଧ୍ୟ ଭାଗ ଖେଳାଳି) ଜୁଲିରାଣୀ ବେକ, ଆଞ୍ଜେଲା ବେକ,ସଂଗୀତା ମିଞ୍ଜ,ସରିତା ଲାକ୍ରା ,ଲୁସେଲା ଏକ୍କା (ଫରୱାର୍ଡ ଖେଳାଳି)

Leave a Reply

Your email address will not be published. Required fields are marked *