ମାଷ୍ଟର ହକି : ଓଡ଼ିଶା ଓ ପଞ୍ଜାବ ଫାଇନାଲ ରେ ।


ଚେନ୍ନାଇ: ୨୬-୬-୨୫ – ଚେନ୍ନାଇ ଏଗମୋର୍ ରେ ଥିବା ରାଧା କ୍ରିଷ୍ଣନ ନ୍ ହକି ଷ୍ଟାଡିୟମ୍ ରେ ଚଳିତ ୧୮ ରୁ ଆରମ୍ଭ ହୋଇଥିବା ପ୍ରଥମ ମାଷ୍ଟର ହକି ପ୍ରତିଯୋଗୀତା ୨୭ ଜୁନ ରେ ସରିବାକୁ ଥିଲାବେଳେ। ଆଜି ସକାଳୁ ଖେଳାଯାଇଥିବା ପ୍ରଥମ ମହିଳା ସେମି ଫାଇନାଲ ମ୍ୟାଚ ଏକ ପ୍ରକାର ଏକ ତରଫା ହୋଇଥିଲା । ଓଡ଼ିଶା ଓ ତାମିଲନାଡୁ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଆଜି ଓଡ଼ିଶାର ଲୁସିଲା ଏକ୍କା ତାମିଲନାଡୁ ବିପକ୍ଷରେ ଦୁଇଟି ଗୋଲ ମାରି ଥିଲା ବେଳେ ଦଳ ୪-୧ ଗୋଲରେ ଏକ ତରଫା ବିଜୟ ହାସଲ କରି ଫାଇନାଲ ରେ ପ୍ରବେଶ କରିଛି। ଓଡ଼ିଶା ଦଳର ଗୋଲ କିପର ପୁନମ ଟପ୍ପୋ ପ୍ରତିଯୋଗିତା ଆରମ୍ଭରୁ ଉଛ କୋଟିର ଖେଳ ପ୍ରଦର୍ଶନ କରି ଆସୁଛନ୍ତି ସେହିଭଳି ମଧ୍ୟଭାଗ ଖେଳାଳି ଜସ୍ନିତା ଟପ୍ପ, ରଞ୍ଜିତା ବେକ ରକ୍ଷଣ ଭାଗ ଖେଳାଳି ସରିତା ରୋସନ୍ ମିଞ୍ଜ,ସରିତା କେରକେଟା ଓ ଫରୱାର୍ଡ ରେ ସରିତା ଲାକ୍ରା ଙ୍କ ଚମତ୍କାର ପ୍ରଦର୍ଶନ ଆଜି ଦଳ ଫାଇନାଲ ପହଞ୍ଚିବାପରେ ସହାୟକ ହୋଇଛି। ଦଳର ଅନ୍ୟ ଖେଳାଳି ମାନେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଦଳର ମ୍ୟାନେଜର ଜେମ୍ସ କୁଜୁର କହିଛନ୍ତି ପଞ୍ଜାବ ସହିତ ଫାଇନାଲ ମୁକାବିଲା ସଂଘର୍ଷ ପୁର୍ଣ୍ଣ ରହିବ ହେଲେ ମଧ୍ୟ ଆମ ଦଳ ର ମନୋବଳ ଖୁବ୍ ଭଲ ରହିଛି ତେଣୁ ବିଜୟ ଟ୍ରଫି ସହିତ ଓଡ଼ିଶା ଫେରିବାକୁ ଚେଷ୍ଟା କରିବୁ। ଅନ୍ୟ ଏକ ସେମି ଫାଇନାଲ ପଞ୍ଜାବ ଓ ହରିୟାଣା ମଧ୍ୟରେ ସଙ୍ଘର୍ଷ ପୂର୍ଣ୍ଣ ହୋଇଥିଲା ହେଲେ ସୁଦ୍ଧା ପଞ୍ଜାବ ୩-୨ ଗୋଲରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି। ୨୭ ଜୁନ ରେ ପଞ୍ଜାବ ଓ ଓଡ଼ିଶା ମଧ୍ୟରେ ଫାଇନାଲ ଖେଳାଯିବ।

Leave a Reply

Your email address will not be published. Required fields are marked *