ପୂର୍ବ ଘୋଷଣା ଓ ସୂଚନା ମୁତାବକ ରବିବାରଠାରୁ ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ ପାଇଁ ନିଲାମୀ ପ୍ରଥମ ଦିନରେ ହୋଇଥିବା ଏହି ଖେଳାଳୀ ନିଲାମୀ ପ୍ରକ୍ରିୟାରେ ଭାରତୀୟ ଦଳର କ୍ୟାପ୍ଟେନ୍ ଥିବା ହର୍ମନ୍ପ୍ରୀତ୍ଙ୍କୁ ସିଂହ ସର୍ବାଧିକ ମୂଲ୍ୟ ( ୭୮ ଲକ୍ଷ) ଟଙ୍କାରେ ସୁରମା ହକି କ୍ଲବ୍ ସହବନ୍ଧିତ କରିଛି ଏହା ସହିତ ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କୁ ତାମିଲନାଡ଼ୁ ଡ୍ରାଗନ୍ସ ଦଳ ୪୮ ଲକ୍ଷ ଟଙ୍କା ମୂଲ୍ୟରେ ସହବନ୍ଧିତ କରିଛି ଅନ୍ୟପକ୍ଷରେ ଭାରତୀୟ ଦଳ ପାଇଁ ୨୦୫ଟି ମ୍ୟାଚ୍ ଖେଳି ୨୪୩ଟି ଗୋଲ୍ କରିଥିବା ହର୍ମନ୍ପ୍ରୀତ୍ ୧୩ ତାରିଖ ଅର୍ଥାତ୍ ପ୍ରଥମ ଦିନ ନିଲାମୀରେ ସର୍ବାଧିକ ମୂଲ୍ୟବାନ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଛନ୍ତି ଏହା ସହିତ ଦେଶୀ ଓ ବିଦେଶୀ ଖେଳାଳୀ ମିଶି ମୋଟ ୨୬ଜଣ ଭିନ୍ନ ଭିନ୍ନ ମୂଲ୍ୟରେ ଭିନ୍ନ ଭିନ୍ନ ଦଳ ପାଇଁ ସହବନ୍ଧିତ ହୋଇଛନ୍ତି ଏହି ନିଲାମୀ ପ୍ରକ୍ରିୟା ୧୫ ତାରିଖ ଦିନ ଶେଷ ହେବ ବୋଲି ସୂଚନା ମିଳିଛି ରବିବାର ଦିନ ହୋଇଥିବା ନିଲାମୀ ପ୍ରକ୍ରିୟାରେ ହକି ଇଣ୍ଡିଆର ସଭାପତି ଡ ଦିଲ୍ଲୀପ ତିର୍କୀଙ୍କ ସମେତ ହକି ଇଣ୍ଡିଆର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ
ହକି ଇଣ୍ଡିଆ ଲିଗ୍ ନିଲାମୀ ଆରମ୍ଭ: ଓଡ଼ିଆ ଖେଳାଳୀ ଅମିତ ରୋହିଦାଶଙ୍କ ମୂଲ୍ୟ ୪୮ ଲକ୍ଷ
