୩-୦ ରେ ବାଜି ମାରିଲା ୟୁପି ରୁଦ୍ରାସ


ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ୭ ମ ମ୍ୟାଚ୍ ୟୁପି ଋଦ୍ରାସ୍ ଓ ସୁରମା ହକି କ୍ଳବ୍ ମଧ୍ୟରେ ଖେଳା ଯାଇଥିଲା। ଖେଳ ଆରମ୍ବରୁ ୟୁପି ରୁଦ୍ରାସ ନୂଆ ସ୍କିଲ ନୂଆ ଜୋସ ନେଇ ଆଟାକିଂ ହକି ଖେଲିଥିଲା ମାତ୍ର ଦୁଇ ମିନିଟ ରେ ସୁରମା ଗୋଲକିପର୍ ଙ୍କ ଏକ ରିବାଉଣ୍ଡ ସଟ ର ମଉକା ନେଇ ରୁଦ୍ରାସ ର ଫରୱାର୍ଡ ଖେଳାଳି ସୁଦିପ ଚିରମାକୁ ଏକ ସୁନ୍ଦର ଗୋଲ ମାରି ଦଳ କୁ ଅଗ୍ରଣୀ କରାଇଥିଲେ।

ସେହିପରି ଖେଳର ୩୭ ମିନିଟ୍ ରେ ଯୋଭନ୍ ପ୍ରୀତ ସିଂହ ଙ୍କ ଏକ ସୁନ୍ଦର ସ୍କିଲ୍ ଗୋଲ ୟୁପି ରୁଦ୍ରାସ ଦଳକୁ ମଜବୁତ୍ ସ୍ଥିତି ରେ ପହଞ୍ଚାଇଥିଲା।ସେହିଭଳି ଖେଳର ୫୮ ମିନିଟ୍ ରେ ୟୁପି ରୁଦ୍ରାସ ର ଆକାଶ ଦୀପ ସିଂହ ଆଉ ଏକ ସୁନ୍ଦର ଗୋଲ ଦେଇ ଦଳକୁ ବୃହତ୍ ବ୍ୟବଧାନରେ ବିଜୟୀ କରିବାରେ ସହାୟକ ହୋଇଥିଲେ। ସୁରମା ହକି କ୍ଳବ୍ ଅନେକ ପ୍ରୟାସ ସତ୍ତ୍ଵେ କୌଣସି ଗୋଲ ଦେବାର ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇପାରି ନଥିଲେ। ଶେଷରେ ୟୁପି ରୁଦ୍ରାସ ୩-୦ ଗୋଲରେ ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *