ରାଉରକେଲା: ଭାରତୀୟ ମହିଳା ହକି ଦଳର ଅଧିନାୟିକା ଅଲମ୍ପୀୟନ୍ ସଲୀମା ଟେଟେ ୨ ତାରିଖ ଗୁରୁବାର ତାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇବା ଘୋଷଣ ହକି ଇଣ୍ଡିଆ ତରଫରୁ ସୂଚନା ପାଇଥିଲି ବୋଲି କହିଛନ୍ତି ।ଏହା ପରେ ସେ ଖୁସି ବ୍ୟକ୍ତ କରି କହିଛନ୍ତି ଏହି ପୁରସ୍କାର ପାଇବା ପାଇଁ ସବୁ ଖେଳାଳୀଙ୍କ ଇଚ୍ଛା ଥାଏ । ମୋର ମଧ୍ୟ ଇଚ୍ଛା ଥିଲା ଏହି ସଫଳତା ପାଇଁ ମୋ ପରିବାର ,ମୋର ସମସ୍ତ ଗୁରୁ ,ହକି ହଷ୍ଟେଲ ସୀମଡେଗା ଓ ଝାଡ଼ଖଣ୍ଡ ହକି ମହାସଂଘ କୁ ବିଶେଷ କୃତଜ୍ଞତା ଜଣାଉଛି। ହକି ଝାଡଖଣ୍ଡ ରାଜ୍ୟର ହକି କୁ ଶିଖରରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଓ ମୋ ଭଳି ଅନେକ ଖେଳାଳି ଙ୍କ ପ୍ରତିଭା କୁ ଚିହ୍ନଟ କରି ଆଗକୁ ବଢିବାର ସମ୍ପୂର୍ଣ ସହଯୋଗ ମଧ୍ୟ କରୁଛନ୍ତି। ବାଉଁଶ ଷ୍ଟିକ୍ ରୁ ହକି ଖେଳ ଆରମ୍ଭ କରିଥିଲି କେବେ ଭାବି ନଥିଲି ଦିନେ ଦଳର ଅଧିନାୟିକା ହେବି ଓ ଅର୍ଜୁନ ପୁରସ୍କାର ପାଇବି। ଏହି ପୁରସ୍କାର ମୁଁ ଦେଶର ହକି ଫେନ୍ସ କୁ ମୁଁ ସମର୍ପିତ କରୁଛି। ଜଣେ ମଧ୍ଯ ଭାଗ ର ଖେଳାଳି ହିସାବରେ ୨୦୧୮ ୟୁଥ୍ ଅଲମ୍ପିକ୍ସ ଗେମ୍ସ ରେ ରୌପ୍ୟ ପଦକ,୨୦୨୨ ରାଜ୍ୟ ଗୋଷ୍ଟି କ୍ରୀଡ଼ାରେ କାଂସ୍ୟ ପଦକ, ଏସିଆନ୍ ଗେମ୍ସ ରେ କାଂସ୍ୟ ପଦକ ଓ ନେସନ୍ କପ୍ ରେ ସ୍ୱର୍ଣ୍ଣ ପଦକ,୨୦୨୩ଏସିଆନ୍ ଚାମ୍ପିୟନସ ଟ୍ରଫି ରେ ସ୍ୱର୍ଣ୍ଣ ପଦକ ମୋ ପାଇଁ ଥିଲା ନୂଆ ଚାଲେଞ୍ଜ ତା ସାଙ୍ଗକୁ ନୂଆ ଅନୁଭୂତି ।

ସେହିଭଳି ୨୦୨୪ ଥିଲା ମୋ ପାଇଁ ସଫଳତାର ବର୍ଷ ମୋ ଉପରେ ଏକ ଡକ୍ୟୁ ମେଣ୍ଟରି ସିନେମା ସହିତ ଭାରତୀୟ ଦଳର ଅଧିନାୟିକା ଦାୟିତ୍ୱ ପରେ ପରେ ଏସିଆନ୍ ଚାମ୍ପିୟନସ ଟ୍ରଫି ରେ ସ୍ୱର୍ଣ୍ଣ ପଦକ ଏହା ମୋ ହକି ଖେଳକୁ ନୂଆ ପରିଚୟ ଦେବାରେ ସହାୟକ ହୋଇଛି। ୨୦୨୫ ଆରମ୍ୱ ରୁ ଅର୍ଜୁନ ପୁରସ୍କାର ଘୋଷଣା ନିଶ୍ଚିତ ଭାବେ ଅନେକ ଅନୁପ୍ରାଣିତ କରିଛି ହକି ରେ ଆଗକୁ ଅନେକ ଲମ୍ବା ରାସ୍ତା ଯିବାକୁ ଇଚ୍ଛା ଶକ୍ତି ରହିଛି। ଏବେ ମୁଁ ହକି ଇଣ୍ଡିଆ ଲିଗ୍ ପାଇଁ ଚଣ୍ଡିଗଡରେ ରହି ଅଭ୍ୟାସ ଜାରି ରଖିଛି। ସୁରମା ହକି କ୍ଳବ୍ ର ଅଧିନାୟିକା ହିସାବରେ ଅନେକ ଗୁରୁ ଦାୟିତ୍ବ ରହିଛି ମୋ ଉପରେ ଦେଶ ପାଇଁ ଅଧିନାୟିକା ଓ ହକି ଲିଗ୍ ପାଇଁ ଅଧିନାୟିକା ଦାୟିତ୍ୱ ସମ୍ପୂର୍ଣ୍ଣ ଅଲଗା ତେଣୁ ମୋତେ ଅନେକ କିଛି ଶିଖିବାର ଅଛି ତା ସହିତ ଆଧୁନିକ ହକି କୁ ଚାଲେଞ୍ଜ ଭାବେ ଗ୍ରହଣ କରି ଆହୁରି ଅଧିକ ଆଗକୁ ବଢିବାର ଚେଷ୍ଟା କରିବି। ଦେଶର ହକି ଫେନ୍ସ ଯେପରି ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସେପରି ମୁଁ ହକି ଖେଳୁଥିବା ଯାଏ ହକି ଫେନ୍ସ କିପରି ନିରାଶ ନହେବେ ସେ ପ୍ରତି ମୁଁ ସଦାସର୍ବଦା ମୋର ଉଦ୍ୟମ ଜାରି ରଖିବି ।