
ରାଉରକେଲା: ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ରେ ଚାଲିଛି ହକି ଇଣ୍ଡିଆ ଲିଗ୍ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତା ପୁରୁଷ ଙ୍କ ର ୬ ଷ୍ଟ ସଂସ୍କରଣ ହୋଇଥିବା ବେଳେ ମହିଳା ପ୍ରଥମ ସଂସ୍କରଣ। ପୁରୁଷ ରେ ୮ ଟି ଓ ମହିଳା ରେ ୪ ଟି ଦଳ ପଡ଼ିଆରେ । ମହିଳା ର ପ୍ରଥମ ସଂସ୍କରଣ ଚଳିତ ମାସ ୧୨ ତାରିଖରେ ରାଞ୍ଚିର ମାରଙ୍ଗ ଗୋମିକ ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ ରେ ଏକ ରଙ୍ଗା ରଙ୍ଗ ପରିବେଶ ରେ ଉଦଘାଟନ ହେବ ବୋଲି ଝାଡ଼ଖଣ୍ଡ ହକି ଆସୋସିଏସନ୍ ର ସମ୍ପାଦକ ବିଜୟ ଶଙ୍କର ସୂଚନା ଦେଇଛନ୍ତି। ଇତି ମଧ୍ୟରେ ରାଉରକେଲା ରେ ଚାଲିଥିବା ଏଚ ଆଇ ଏଲ ପୁରୁଷ ହକି ପ୍ରତିଯୋଗିତାରେ ୧୫ ଟି ମ୍ୟାଚ୍ ସରି ଗଲାଣି । ୮ ଟି ଦଳ ମଧ୍ୟରୁ ତାମିଲନାଡୁ ଦ୍ରାଗନ୍ସ ର ଅଧିନାୟକ ହିସାବରେ ଦାୟିତ୍ଵ ନେଇ ପଡିଆ ରେ ଖେଳୁଛନ୍ତି ବିଶ୍ବର ୧ ନଂ ରସର୍ ସୁନ୍ଦରଗଡ ମାଟିର ହକି ହିରୋ ଅମିତ୍ ରୋହିଦାସ । ଏକ ସାକ୍ଷାତ କାର ରେ ଅମିତ୍ ଏଚ୍ ଆଇ ଏଲ କୁ ଅନେକ ପ୍ରଶଂସା କରିଛନ୍ତି। ଅମିତ୍ ୨୦୨୦ ଓ ୨୦୨୪ ରେ ଅଲମ୍ପିକ ରେ କାଂସ୍ୟ ପଦକ ହାତେଇଥିବା ବେଳେ,୨୦୧୮/୨୦ ରେ ଏସିଆନ୍ ଗେମ୍ସ ରେ କାଂସ୍ୟ ଓ ସ୍ଵର୍ଣ୍ଣ ପଦକ,୨୦୨୩/୨୪ ରେ ଏସିଆନ୍ ଚମ୍ପିୟାନସ ଟ୍ରଫି ରେ ସ୍ୱର୍ଣ୍ଣ ପଦକ, ୨୦୨୨ ରେ ରାଜ୍ୟଗୋଷ୍ଟି କ୍ରୀଡ଼ାରେ ରୌପ୍ୟ ପଦକ,୨୦୧୮ ଚାମ୍ପିୟନସ ଟ୍ରଫି ରେ ରୌପ୍ୟ ପଦକ,୨୦୧୬/୧୭ ବିଶ୍ବ ହକି ଲିଗ୍ ରେ କାଂସ୍ୟ ପଦକ ସେହିଭଳି ୨୦୧୩/୧୭ ରେ ଏସିଆ କପ୍ ରେ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ବେଳେ । ହକି ଇଣ୍ଡିଆ ଲିଗ୍ ରେ ତାମିଲନାଡୁ କୁ ୬ ଷ୍ଠ ସଂସ୍କରଣ ର ବିଜେତା ହିସାବରେ ଦେଖିବାକୁ ସ୍ବପ୍ନ ନେଇ ପଡିଆକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ଅମିତ୍। ଏହି ଏଚ୍ ଆଇ ଏଲ ତାଙ୍କୁ ଇଂରାଜୀ ଶିଖିବାର ଅନେକ ସହାୟକ ହେଉଛି ବୋଲି କହିଛନ୍ତି। ବିଭିନ୍ନ ଦଳରେ ଥିବା ବିଦେଶୀ ଖେଳାଳି ଓ ନିଜ ଦଳରେ ଥିବା ବିଦେଶୀ ଖେଳାଳି ଙ୍କ ସହିତ ଇଂରାଜୀ ରେ କଥା ହେବାକୁ ପଡୁଛି ଆସୁ ବା ନ ଆସୁ ଠାସ୍କୁ ମାରିବାକୁ ପଡୁଛି ହେଲେ ବି ପ୍ରୟାସ କରୁଛି । ସେହିପରି ବିଭିନ୍ନ ଦଳରେ ଥିବା ସମସ୍ତ ଓଡ଼ିଆ ଖେଳାଳୀଙ୍କୁ କହିଛି କିପରି ବିଦେଶୀ ଖେଳାଳୀଙ୍କ ସହିତ ଇଂରାଜୀ ରେ କଥା ହୋଇ ପଡିଆ ଭିତରେ ସେମାନଙ୍କ ସ୍କିଲ୍ କୁ ଉନ୍ନତି କରିବେ ସେ ପ୍ରତି ସମସ୍ତେ ଚେଷ୍ଟା କରିବା ଦରକାର । ବିଦେଶୀ ଖେଳାଳୀଙ୍କ ସହିତ ଇଂରାଜୀ କଥା ହେଲେ ହିଁ ଆମେ ନିଜକୁ ଭଲ ଚତୁର ଓ ଶିକ୍ଷିତ ଖେଳାଳି ଟିଏ ହୋଇପାରିବା ବୋଲି ନିଜ ସାକ୍ଷାତରେ କହିଛନ୍ତି। ତେଣୁ ଏଚ ଆଇ ଏଲ୍ ହିଁ ଏକ ମାତ୍ର ସୁଯୋଗ ଯେଉଁଠି ଇଂରାଜୀ ଖୁବ୍ ସହଜରେ ଶିଖି ହେବ। ତେଣୁ ଏଚ ଆଇ ଏଲ ମୋ ପାଇଁ ଚାଟଶାଳୀ ରୁ କମ ନୁହେଁ ବୋଲି ଅମିତ୍ କହିଛନ୍ତି। ମୋଭଳି କିଛି ହକି ଖେଳାଳୀ ଖୁବ୍ ଶିଘ୍ର ଅମିତ୍ ରୋହୀ ଦାସ ହୋଇ ପଡ଼ିଆରେ ଦେଖିବାକୁ ମିଳିବେ। ଭଲ ରସର ଓ ଡ୍ରାଗ ଫ୍ଲିକର ହେବାର ଲକ୍ଷଣ ଆମ ରାଜ୍ୟରେ ଅନେକ ଖେଳାଳି ଙ୍କ ପାଖରେ ଥିଲାବେଳେ ହରିୟାଣା,ପଞ୍ଜାବ ଓ ଏମ ପି ରେ ମଧ୍ୟ ଅଛନ୍ତି ବୋଲି ଅମିତ୍ କହିଛନ୍ତି। ହକି ଇଣ୍ଡିଆ ଲିଗ୍ ଜୁନିୟର ଖେଳାଳି ଙ୍କ ପାଇଁ ଆନ୍ତର୍ଜାତୀୟ ସ୍ତରର ଏକ ଦକ୍ଷତା ସମ୍ପନ୍ନ ଖେଳାଳି ଟିଏ ହେବାର ସୁଯୋଗ ସୃଷ୍ଟି କରୁଛି। ବିଶ୍ବର ୧ ନଂ ଦ୍ରାଗ ଫ୍ଲିକର୍ ହର୍ମାନ ପ୍ରୀତ ସିଂ ଓ ଗନଜାଲୋ ପିଲେଟ ଙ୍କୁ ସାମ୍ନା କରିବାର ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି। ଅନେକ ମେଡାଲ ଥିଲେ ମଧ୍ୟ ହକି ଇଣ୍ଡିଆ ଲିଗ୍ କିଛି ନିଆରା ଦୀର୍ଘ ୭ ବର୍ଷ ପରେ ପୁଣି ଏକ ମିଶ୍ରଣ ପକ୍ରୀୟାରେ ଅର୍ଥାତ୍ ବିଦେଶୀ ଖେଳାଳୀଙ୍କ ସହିତ ମିଶି କି ଖେଳିବାର ସୁଯୋଗ ଅନେକ କିଛି ଶିଖାଉଛି।

୫ ମ ସଂସ୍କରଣ ରେ କଳିଙ୍ଗ ଲାନ୍ସର୍ ଚମ୍ପିୟାନ ହୋଇଥିଲା । ୬ ଷ୍ଠ ସଂସ୍କରଣ ରେ ମୋତେ ତାମିଲନାଡୁ ଦଳ ନିଲାମି ରେ ନେଇ ଅଧିନାୟକ ର ଦାୟିତ୍ଵ ଦେଇ ଯେଉଁ ସମ୍ମାନ ଦେଇଛି ତାହା କେବେ ଭୁଲି ପାରିବି ନାହିଁ। ଆମ ରାଜ୍ୟର ଅନେକ ଯୁବ ଖେଳାଳି ଏଚ୍ ଆଇ ଏଲ ଖେଳୁଛନ୍ତି ଏହି ପ୍ରତିଯୋଗିତା ତାଙ୍କୁ ଆର୍ଥିକ ସ୍ଥିତି କୁ ମଜବୁତ୍ କରିବା ସହିତ ଅନେକ ପ୍ରକାର କୌଶଳ ଶିଖିବାର ସହାୟକ ହେବ ଏହା ଦ୍ବାରା ସେମାନେ ଭାରତୀୟ ହକି ଦଳର ଚୟନ କର୍ତ୍ତା ଙ୍କ ଦୃଷ୍ଟି ଆକର୍ଷିତ ହେବେ। ସବୁଠୁ ବଡ଼ କଥା ହେଲା ପ୍ରତ୍ୟେକ ଓଡ଼ିଆ ଖେଳାଳି ଏହି ଏଚ ଆଇ ଏଲ ରୁ ନିଶ୍ଚିତ ଇଂରାଜୀ କହିବା ଶିଖିବେ ଏବଂ ମୁଁ ମଧ୍ୟ ଶିଖିବି ଯାହା ଆମ ପାଇଁ ଆଗାମୀ ଦିନରେ ପ୍ରେରଣା ଦାୟୀ ହେବ।