ଲାନ୍ସର ଓ ଦ୍ରାଗନ୍ସ ମୁକାବିଲା, ସଡନ ଡେଥ ରେ ବାଜି ମାରିଲା ତାମିଲନାଡୁ ଡ୍ରାଗନ୍ସ


ରାଉରକେଲା: ସ୍ଥାନୀୟ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୮ ମ ମ୍ୟାଚ୍ ତାମିଲନାଡୁ ଦ୍ରାଗନ୍ସ ଓ କଳିଙ୍ଗ ଲାନ୍ସର ମଧ୍ୟରେ ଖେଳାଯାଇଥିଲା। ଶୀତୁଆ ପାଗରେ ପାଖା ପାଖି ୮ ହଜାର ଦର୍ଶକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ କୁ ଉପଦ୍ଭୋଗ କରିବାର ଦେଖା ଯାଇଥିଲା । ଅଧିକାଂଶ ଦର୍ଶକ କଳିଙ୍ଗ ଲାନ୍ସର କୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା। କଳିଙ୍ଗ ଲାନ୍ସର ର ଆଲେକ୍ ଜେଣ୍ଡର ହେନ୍ଦ୍ରିକ ଖେଳର ୨୪ ଓ ୪୩ ମିନିଟ୍ ରେ ଦୁଇଟି ଗୋଲ ମାରିଥିବା ବେଳେ ତାମିଲନାଡୁ ଦ୍ରାଗାନ୍ସ ର ୩୧ ଓ ୫୧ ମିନିଟ୍ ରେ ଟମ୍ ଗ୍ରେଗ ଓ ଜିପ୍ ଜଂସନ୍ ଦୁଇଟି ଗୋଲ ମାରିଥିଲେ ଏହା ଦ୍ବାରା ଖେଳ ଅମିମାଂସିତ ରେ ଶେଷ ହୋଇଥିଲା ।

ଉଭୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଯାହା ଦର୍ଶକ ଙ୍କ ମନ ମୋହିଥିଲେ ।ଶେଷରେ ପେନାଲ୍ଟି ସୁଟ୍ ଆଉଟ୍ ହୋଇଥିଲା ସୁଟ୍ ଆଉଟ୍ ରେ ୪-୪ ରେ ଅମିମାଂସିତ ରହିବା ପରେ ସଡ଼ନ ଡେଥ ଦ୍ୱାରା ୧-୦ ରେ ବାଜି ମାରିଲା ତାମିଲନାଡୁ ଦ୍ରାଗନ୍ସ।

Leave a Reply

Your email address will not be published. Required fields are marked *