ଜାତୀୟ ଶକ୍ତି ଉତ୍ତୋଳନ ରେ ରୋହିତ,ବିକ୍ରମ ଓ ଦୀପକ ଙ୍କ ସଫଳତା।


ନୂଆଦିଲ୍ଲୀ: ୯ ଜୁନ – ନୂଆଦିଲ୍ଲୀ ସେକ୍ଟର -୧୬ ସ୍ଥିତ ମାଆ ଅଧ୍ୟକ୍ଷା ଶକ୍ତି ଧାମ ଅଞ୍ଚଳରେ ୩୦ ମଇ ରୁ ୧ ଜୁନ ତିନି ଦିନ ଧରି ଜାତୀୟ ସବ ଜୁନିୟର ଓ ଜୁନିୟର ଶକ୍ତି ଉତ୍ତୋଳନ ଓ ଡେଡ୍ ଲିଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳରୁ ପ୍ରତିନିଧିତ୍ଵ କରି ରାଉରକେଲା ର ୩ ଖେଳାଳି ରୋହିତ ରାଜ୍ ଭଟ୍ଟ,ବିକ୍ରମ କୁମାର ସିଂହ ଓ ଦୀପକ କୁମାର ସେଠୀ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତି ରାଉରକେଲା କୁ ଗର୍ବିତ କରିଛନ୍ତି। ଏହି ୩ ଖେଳାଳି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ରାଜ୍ୟ ଓ ପରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିବା ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ର ଫଳ ବୋଲି କହିଛନ୍ତି ଆନ୍ତର୍ଜାତିକ କୋଚ୍ ବିକ୍ରମ ସ୍ବାଇଁ। ଜୁନିୟର ୮୩ କିଲୋ ବର୍ଗ ରେ ରୋହିତ ରାଜ୍ ଭଟ୍ଟ ସ୍କୁଆଟ ରେ ୨୧୨.୫ କିଲୋ, ବେଞ୍ଚ ଫ୍ରେସ ରେ ୧୦୭.୫ କିଲୋ ଓ ଡେଡ୍ ଲିଫ୍ଟ ରେ ୨୫୦ କିଲୋ ଓଜନ ଉଠାଇ ଓଭର ଅଲ୍ ରେ ଓ ଡେଡ୍ ଲିଫ୍ଟ ରେ ଜିତିଛନ୍ତି ଦୁଇଟି ସ୍ଵର୍ଣ୍ଣ ପଦକ। ରୋହିତ କୁମାର ସେଠୀ ୮୩ କିଲୋ ଜୁନିୟର ବର୍ଗ ରେ ଡେଡ୍ ଲିଫ୍ଟ ରେ ୨୦୫ କିଲୋ ଓଜନ ଉଠାଇ ଜିତିଛନ୍ତି ରୌପ୍ୟ ପଦକ।

ସେହିପରି ବିକ୍ରମ କୁମାର ସିଂ ୬୬ କିଲୋ ସବ ଜୁନିୟର ବର୍ଗ ରେ ସ୍କୁଆଟ ରେ ୧୬୫ କିଲୋ, ବେଞ୍ଚ ଫ୍ରେସ ରେ ୧୦୭ କିଲୋ ଓ ଡେଡ୍ ଲିଫ୍ଟ ରେ ୧୯୦ କିଲୋ ଓଜନ ଉଠାଇ ଓଭର ଅଲ୍ ଓ ଡେଡ୍ ଲିଫ୍ଟ ରେ ଜିତିଛନ୍ତି ଦୁଇଟି ସ୍ଵର୍ଣ୍ଣ ପଦକ। ଖେଳାଳିଙ୍କ କୋଚ୍ ବିକ୍ରମ ସ୍ବାଇଁ ସେମାନଙ୍କ ର ସଫଳତା ପାଇଁ ଶୁଭେଚ୍ଛା ଜଣାଇ ଛନ୍ତି। ସେହିପରି କୋଚ୍ ୩ ଖେଳାଳି ରୋହିତ,ବିକ୍ରମ ଓ ଦୀପକ ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ନିଷ୍ଠା ର ସହିତ ପରିଶ୍ରମ କଲେ ଆଗାମୀ ଦିନ ରେ ସିନିୟର୍ ବର୍ଗ ରେ ସଫଳତା ପାଇବା ସହିତ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *