ସେଲ ହକି ଏକାଡେ଼ମୀ ରେ ବ୍ୟାପକ ଅବ୍ୟବସ୍ଥା : ଲକ୍ଷ୍ୟ ଠାରୁ ବହୁତ ଦୂରରେ ଏକାଡେମୀ ର କାର୍ଯ୍ୟକଳାପ।

ରାଉରକେଲା : (୧୧ ଜୁନ ୨୫)ରାଉରକେଲା ସହର ସେକ୍ଟର – ୫ ରେ ଥିବା ସେଲ୍‌ ହକି ଏକାଡେମୀ କେବଳ ରାଉରକେଲା ନୁହେଁ ସମଗ୍ର ଓଡ଼ିଶା ଓ ଦେଶରେ ଖ୍ୟାତିଲାଭ କରିଥିବା ଏକ ଅନନ୍ୟ କ୍ରୀଡ଼ା ଅନୁଷ୍ଠାନ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ତଥା ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର-୫ ରେ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା ହକି ଷ୍ଟାଡିୟମ୍। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୫ ମସିହାରେ ଏଠାରେ ପଡ଼ିଥିଲା ଅତ୍ୟାଧୁନିକ ଆଷ୍ଟ୍ରୋ ଟର୍ଫ। ଏହି ଷ୍ଟାଡିୟମ୍‌ରେ ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଇସ୍ପାତ ପ୍ରାଧୀକରଣ ବା ସେଲ୍‌ ପକ୍ଷରୁ ୩୨ ଶଯ୍ୟା ବିଶିଷ୍ଟ ହକି ଏକାଡେମୀ ଓ କ୍ରୀଡ଼ା ଛାତ୍ରାବାସ ଆରମ୍ଭ କରାଯାଇଥିଲା। ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଥିଲା ସୁନ୍ଦରଗଡ଼ ତଥା ଆଖପାଖ ଅଞ୍ଚଳର ବିଶେଷ ଭାବେ ଆଦିବାସୀ ଓ ଅନ୍ୟ ବର୍ଗର ଉଦୀୟମାନ ହକି ଖେଳାଳୀମାନଙ୍କୁ ଏଠାରେ ନିଃଶୁକ୍ଳଭାବେ ପ୍ରଶିକ୍ଷଣ ଦିଆଯାଇ ଗଢ଼ାଯିବ ହକି ଖେଳାଳୀ। ସମ୍ପ୍ରତି ଏଠାରେ ଅଛନ୍ତି ଦୁଇଜଣ ପ୍ରଶିକ୍ଷକ ରାଜୁକାନ୍ତ ସାଇନିଙ୍କ ସହିତ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରଶିକ୍ଷକ ଏ କେ ଦ୍ୱିବେଦୀ। ନିକଟରେ ଏହି ଏକାଡେମୀର ଖେଳାଳିଙ୍କ ରାତ୍ରୀକାଳୀନ ଅଭ୍ୟାସ ପାଇଁ ଆରମ୍ଭ ହୋଇଛି ଫ୍ଲଡ ଲାଇଟ୍ ର ବ୍ୟବସ୍ଥାର କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ ଜଣାପଡ଼ିଛି। ଏହି ଏକାଡେ଼ମୀରୁ ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ଭାବେ ବାହାରିଥିଲେ ପାୱେଲ ଲାକ୍ରା। ଏହା ପରେ ଏକାଡେମୀ ରୁ ଅନେକ ଆନ୍ତର୍ଜାତୀୟ ହକି ଖେଳାଳୀ ସୃଷ୍ଟି ହେଇଛନ୍ତି। ସେମାନଙ୍କ ମଧ୍ୟରେ ଜୟରାମ ଲାକ୍ରା, ଆନନ୍ଦ ଲାକ୍ରା, ଉମେଶ କାନ୍ତ, ସୋମେଶ କାନ୍ତ, ପଙ୍କଜ ରଜାକ୍ ,ସୁଶିଲ ଖାଲକୋ ଓ ଅଲମ୍ପିୟାନ୍ ବିରେନ୍ଦ୍ର ଲାକ୍ରାଙ୍କ ଭଳି ତାରକା ଖେଳାଳୀ। ସମ୍ପ୍ରତି ବୀରେନ୍ଦ୍ର ଲାକ୍ରା ଭାରତୀୟ କନିଷ୍ଠ ପୁରୁଷ ହକି ଦଳର ସହଯୋଗୀ ପ୍ରଶିକ୍ଷକ। ଏହି ଏକାଡେ଼ମୀ ରୁ ଶେଷ ଆନ୍ତର୍ଜାତୀୟ ହକି ଖେଳାଳୀ ହେଉଛନ୍ତି ଫରୱାର୍ଡ ସିଲାନନ୍ଦ ଲାକ୍ରା। ଶ୍ରୀ ଲାକ୍ରା ଏବେ ଭାରତୀୟ ଦଳରେ ରହି ୟୁରୋପ ଯାତ୍ରା କରିଛନ୍ତି। ଶ୍ରୀ ଲାକ୍ରାଙ୍କ ପରେ ଗତ ୯ ବର୍ଷ ମଧ୍ୟରେ ଏହି ଏକାଡେମୀ ରୁ ସୃଷ୍ଟି ହୋଇ ପାରୁ ନାହାନ୍ତି କୌଣସି ଆନ୍ତର୍ଜାତୀୟ ଖେଳାଳି। ଡିଜିଟାଲ ଯୁଗରେ ଅତ୍ୟାଧୁନିକ ସେବା ଓ ସୁଯୋଗ ସୃଷ୍ଟି ଯୋଗାଇବା ଅନେକ ପଛରେ ରହି ଯାଇଛି ସେଲ ହକି ଏକାଡେ଼ମୀ। ଏହା ଯୋଗୁଁ ମଝିରେ ମଝିରେ ଏଠାକାର ଅନ୍ତେବାସୀ ଖେଳାଳି ଏକାଡେମୀ ଛାଡ଼ି ଅନ୍ୟ କ୍ରୀଡା ଛାତ୍ରାବାସ ଓ ଏକାଡେମୀକୁ ଚାଲି ଯିବା ଜଣାପଡ଼ିଛି। ଏକାଡେ଼ମୀ ର ନିୟମ ଅନୁଯାୟୀ ୧୪ ରୁ ୧୬ ବର୍ଷ (ସବ ଜୁନିୟର ରୁ ଜୁନିୟର )ମାତ୍ର ୩ ବର୍ଷ ପର୍ଯ୍ୟନ୍ତ ଜଣେ ଖେଳାଳି ଏହି ଏକାଡେ଼ମୀ ରେ ରହି ପାରିବ। ସୂଚନା ମୁତାବକ ଏହି ପ୍ରକ୍ରିୟା ଖେଳାଳି ଏକାଡେମୀ ର ଛାଡିବାର ମୁଖ୍ୟ କାରଣ। ଯଦି ଏହି ୩ ବର୍ଷୀୟା ପ୍ରକ୍ରିୟାକୁ ବଢାଇ ୭ ବର୍ଷୀୟା କରାଯାଇ ପାରନ୍ତା ବା ଅତିକମ୍‌ରେ ୫ ବର୍ଷିୟା କରାଯାନ୍ତା ଦେବେ ଅନେକ ଖେଳାଳୀ ଏଠାରୁ ଛାଡ଼ି ଅନ୍ୟ ଆଡ଼କୁ ଯିବା ପାଇଁ ଉଦ୍ୟମ କରନ୍ତେ ନାହିଁ। ସେହିଭଳି ଏକାଡେମୀ ରେ ଭିଡିଓ ବା ଭିଜୁଆଲ ମାଧ୍ୟମରେ ହକି ଖେଳର ସାମ୍ପ୍ରତିକ ପରିବର୍ତ୍ତନ ରାଉରକେଲା : (୧୧ ଜୁନ ୨୫)ରାଉରକେଲା ସହର ସେକ୍ଟର – ୫ ରେ ଥିବା ସେଲ୍‌ ହକି ଏକାଡେମୀ କେବଳ ରାଉରକେଲା ନୁହେଁ ସମଗ୍ର ଓଡ଼ିଶା ଓ ଦେଶରେ ଖ୍ୟାତିଲାଭ କରିଥିବା ଏକ ଅନନ୍ୟ କ୍ରୀଡ଼ା ଅନୁଷ୍ଠାନ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ତଥା ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର-୫ ରେ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା ହକି ଷ୍ଟାଡିୟମ୍। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୫ ମସିହାରେ ଏଠାରେ ପଡ଼ିଥିଲା ଅତ୍ୟାଧୁନିକ ଆଷ୍ଟ୍ରୋ ଟର୍ଫ।

ଏହି ଷ୍ଟାଡିୟମ୍‌ରେ ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଇସ୍ପାତ ପ୍ରାଧୀକରଣ ବା ସେଲ୍‌ ପକ୍ଷରୁ ୩୨ ଶଯ୍ୟା ବିଶିଷ୍ଟ ହକି ଏକାଡେମୀ ଓ କ୍ରୀଡ଼ା ଛାତ୍ରାବାସ ଆରମ୍ଭ କରାଯାଇଥିଲା। ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଥିଲା ସୁନ୍ଦରଗଡ଼ ତଥା ଆଖପାଖ ଅଞ୍ଚଳର ବିଶେଷ ଭାବେ ଆଦିବାସୀ ଓ ଅନ୍ୟ ବର୍ଗର ଉଦୀୟମାନ ହକି ଖେଳାଳୀମାନଙ୍କୁ ଏଠାରେ ନିଃଶୁକ୍ଳଭାବେ ପ୍ରଶିକ୍ଷଣ ଦିଆଯାଇ ଗଢ଼ାଯିବ ହକି ଖେଳାଳୀ। ସମ୍ପ୍ରତି ଏଠାରେ ଅଛନ୍ତି ଦୁଇଜଣ ପ୍ରଶିକ୍ଷକ ରାଜୁକାନ୍ତ ସାଇନିଙ୍କ ସହିତ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରଶିକ୍ଷକ ଏ କେ ଦ୍ୱିବେଦୀ। ନିକଟରେ ଏହି ଏକାଡେମୀର ଖେଳାଳିଙ୍କ ରାତ୍ରୀକାଳୀନ ଅଭ୍ୟାସ ପାଇଁ ଆରମ୍ଭ ହୋଇଛି ଫ୍ଲଡ ଲାଇଟ୍ ର ବ୍ୟବସ୍ଥାର କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ ଜଣାପଡ଼ିଛି। ଏହି ଏକାଡେ଼ମୀରୁ ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ଭାବେ ବାହାରିଥିଲେ ପାୱେଲ ଲାକ୍ରା। ଏହା ପରେ ଏକାଡେମୀ ରୁ ଅନେକ ଆନ୍ତର୍ଜାତୀୟ ହକି ଖେଳାଳୀ ସୃଷ୍ଟି ହେଇଛନ୍ତି। ସେମାନଙ୍କ ମଧ୍ୟରେ ଜୟରାମ ଲାକ୍ରା, ଆନନ୍ଦ ଲାକ୍ରା, ଉମେଶ କାନ୍ତ, ସୋମେଶ କାନ୍ତ, ପଙ୍କଜ ରଜାକ୍ ,ସୁଶିଲ ଖାଲକୋ ଓ ଅଲମ୍ପିୟାନ୍ ବିରେନ୍ଦ୍ର ଲାକ୍ରାଙ୍କ ଭଳି ତାରକା ଖେଳାଳୀ। ସମ୍ପ୍ରତି ବୀରେନ୍ଦ୍ର ଲାକ୍ରା ଭାରତୀୟ କନିଷ୍ଠ ପୁରୁଷ ହକି ଦଳର ସହଯୋଗୀ ପ୍ରଶିକ୍ଷକ। ଏହି ଏକାଡେ଼ମୀ ରୁ ଶେଷ ଆନ୍ତର୍ଜାତୀୟ ହକି ଖେଳାଳୀ ହେଉଛନ୍ତି ଫରୱାର୍ଡ ସିଲାନନ୍ଦ ଲାକ୍ରା। ଶ୍ରୀ ଲାକ୍ରା ଏବେ ଭାରତୀୟ ଦଳରେ ରହି ୟୁରୋପ ଯାତ୍ରା କରିଛନ୍ତି। ଶ୍ରୀ ଲାକ୍ରାଙ୍କ ପରେ ଗତ ୯ ବର୍ଷ ମଧ୍ୟରେ ଏହି ଏକାଡେମୀ ରୁ ସୃଷ୍ଟି ହୋଇ ପାରୁ ନାହାନ୍ତି କୌଣସି ଆନ୍ତର୍ଜାତୀୟ ଖେଳାଳି। ଡିଜିଟାଲ ଯୁଗରେ ଅତ୍ୟାଧୁନିକ ସେବା ଓ ସୁଯୋଗ ସୃଷ୍ଟି ଯୋଗାଇବା ଅନେକ ପଛରେ ରହି ଯାଇଛି ସେଲ ହକି ଏକାଡେ଼ମୀ। ଏହା ଯୋଗୁଁ ମଝିରେ ମଝିରେ ଏଠାକାର ଅନ୍ତେବାସୀ ଖେଳାଳି ଏକାଡେମୀ ଛାଡ଼ି ଅନ୍ୟ କ୍ରୀଡା ଛାତ୍ରାବାସ ଓ ଏକାଡେମୀକୁ ଚାଲି ଯିବା ଜଣାପଡ଼ିଛି। ଏକାଡେ଼ମୀ ର ନିୟମ ଅନୁଯାୟୀ ୧୪ ରୁ ୧୬ ବର୍ଷ (ସବ ଜୁନିୟର ରୁ ଜୁନିୟର )ମାତ୍ର ୩ ବର୍ଷ ପର୍ଯ୍ୟନ୍ତ ଜଣେ ଖେଳାଳି ଏହି ଏକାଡେ଼ମୀ ରେ ରହି ପାରିବ। ସୂଚନା ମୁତାବକ ଏହି ପ୍ରକ୍ରିୟା ଖେଳାଳି ଏକାଡେମୀ ର ଛାଡିବାର ମୁଖ୍ୟ କାରଣ। ଯଦି ଏହି ୩ ବର୍ଷୀୟା ପ୍ରକ୍ରିୟାକୁ ବଢାଇ ୭ ବର୍ଷୀୟା କରାଯାଇ ପାରନ୍ତା ବା ଅତିକମ୍‌ରେ ୫ ବର୍ଷିୟା କରାଯାନ୍ତା ଦେବେ ଅନେକ ଖେଳାଳୀ ଏଠାରୁ ଛାଡ଼ି ଅନ୍ୟ ଆଡ଼କୁ ଯିବା ପାଇଁ ଉଦ୍ୟମ କରନ୍ତେ ନାହିଁ। ସେହିଭଳି ଏକାଡେମୀ ରେ ଭିଡିଓ ବା ଭିଜୁଆଲ ମାଧ୍ୟମରେ ହକି ଖେଳର ସାମ୍ପ୍ରତିକ ପରିବର୍ତ୍ତନ ସମ୍ପର୍କୀତ ନୀୟମ ଓ କ୍ରୀଡ଼ାଭ୍ୟାସ ଦେଖିବାର ସୁଯୋଗ ନାହିଁ । ଏହା ହୋଇପାରିଥିଲେ ଖେଳାଳିମାନେ ନିଜର ଖେଳ ଅଭ୍ୟାସ ର ତ୍ରୁଟି ବିଚ୍ୟୁତି ଦେଖିବା ସହ ତାରକା ଖେଳାଳୀମାନଙ୍କର ବିଭିନ୍ନ କ୍ରୀଡ଼ା କୁଶଳତା ଦେଖି ସେଥିରୁ ଶିଖିପାରନ୍ତେ। ଏହା ସହିତ ଖେଳାଳୀମାନଙ୍କ ଫିଟନେସ କୁ ଅଧିକ ଗତିଶୀଳ କରିବା ପାଇଁ ଉନ୍ନତ ମାନ ର ଜିମ୍, ଫିଜିଓ ଥେରାପି ସେଣ୍ଟର୍, ସନ୍ତରଣା ଗାର, ପୋଷଣ କେନ୍ଦ୍ର ଷ୍ଟିମ୍ ବାଥ୍, ଆଇସ୍ ବାଥ୍ ଓ ଅଧିକ ବଲ୍ ଅଭ୍ୟାସ ପାଇଁ ବଲ ଥ୍ରୋଇଂ ମେସିନ ପ୍ରଭୃତିର ଆବଶ୍ୟକତା ରହିଛି। ଏହା ସହିତ ଏକାଡେମୀ ରେ ଖେଳାଳିଙ୍କ ପାଇଁ ଜଣେ ଉତ୍ତମ ଓ ଅନୁଭବୀ ଶାରିରୀକ ପ୍ରଶିକ୍ଷକର ଆବଶ୍ୟକତା ମଧ୍ୟ ରହିଛି। ସମ୍ପ୍ରତି ଏଠାରେ ଖେଳାଳିମାନଙ୍କୁ ମାସିକ ୧୨୫୦ଟଙ୍କା ପ୍ରୋତ୍ସାହନ ଷ୍ଟାଇପେଣ୍ଡ ଦିଆ ଯାଉଛି ଯାହା ବର୍ତ୍ତମାନର ସମୟ ପାଇଁ ଆଖିଦୃଶିଅ ନୁହେଁ। ସେହିଭଳି ଖେଳାଳୀମାନଙ୍କ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ଏକାଡେମୀ ମଧ୍ୟରେ ବା ନିକଟରେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ। ଏହି ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆବଶ୍ୟକ ସ୍ଥଳେ ଖେଳାଳୀମାନଙ୍କୁ ଏକାଡେମୀ ଠାରୁ କିଛି ଦୂରରେ ଥିବା ଆଇ ଜି ଏଚ୍‌ ଉପରେ ନିର୍ଭର କରିବାକୁ ପଡ଼େ। ଏହି ଆଇ ଜି ଏଚ୍‌ ଯିବା ପାଇଁ ଏଠାରେ କୌଣସି ଆମ୍ବୁଲାନ୍ସ ବା ଯାନର ବ୍ୟବସ୍ଥା ମଧ୍ୟ ନାହିଁ। ଏକାଡେମୀ ରହିଥିବା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ ପରିସରରେ ରହିଛି ଆର୍‌ଏସପି କ୍ରୀଡ଼ା ବିଭାଗ କାର୍ଯ୍ୟାଳୟ। ଏହା ସତ୍ତ୍ୱେ ସୁଦ୍ଧା ଏକାଡେମୀରେ ଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉ ନଥିବା ଜଣାପଡ଼ିଛି। ଏହା ବ୍ୟତୀତ ଏକାଡେମୀରେ ଚାଲିଥିବା ଦୈନିକ ଖାଦ୍ୟ ଓ ବ୍ୟାୟାମ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଛନ୍ଦି ହେଉଛନ୍ତି ଏକାଡେମୀର ଅନ୍ତେବାସୀ। ଅନେକ ବର୍ଷ ଧରି ଆର୍‌ଏସପିର କ୍ରୀଡ଼ା ଅଧିକାରୀଭାବେ ଜଣେ ଅନୁଭବୀ ଅଭିଜ୍ଞ କ୍ରୀଡ଼ା୍ବୀତ ରହୁଥିଲାବେଳେ ଗତ କିଛିବର୍ଷ ଧରି ଜଣେ କନିଷ୍ଠ ସାଧାରଣ ବର୍ଗର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି ଆର୍‌ଏସପି କ୍ରୀଡ଼ା ବିଭାଗ। ଏହା ସହିତ ଓଡ଼ିଶା ଅଲିମ୍ପିକ୍‌ ସଂଘ ସହିତ ସହବନ୍ଧିତ ହୋଇ ଏକ ଜିଲ୍ଲାଭଳି ମର୍ଯ୍ୟାଦା ପାଇଥିବା ଆର୍‌ଏସପି କ୍ରୀଡ଼ା ବିଭାଗ କାର୍ଯ୍ୟାଳୟ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ନିମନ୍ତେ ଖେଳାଳୀ ଚୟନ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ କ୍ରୀଡ଼ା ବିଭାଗରେ ଆବଶ୍ୟକ କର୍ମଚାରୀ ଓ ସହଯୋଗୀ ଏବଂ ପ୍ରଶିକ୍ଷକ ମଧ୍ୟ ନାହାଁନ୍ତି। ଏହା ଫଳରେ ଏଠାରେ ଥିବା ହକି ଏକାଡେମୀ ସମେତ ଅନ୍ୟାନ୍ୟ କ୍ରୀଡ଼ା ପାଇଁ ଆବଶ୍ୟକ ପ୍ରୋତ୍ସାହନ ଧିରେ ଧିରେ କମିବାରେ ଲାଗିଛି। ଏହାର ଫଳସ୍ୱରୂପ ପ୍ରାୟ ପ୍ରତିବର୍ଷ ବା ନିର୍ଦ୍ଦିଷ୍ଟ ବ୍ୟବଧାନରେ ଚୟନ ହୋଇ ଆସୁଥିବା ହକି ପ୍ରତିଭାମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନର ସୁଯୋଗ ନପାଇ ଏକାଡେମୀରୁ ମୁହଁ ମୋଡ଼ିବାରେ ଲାଗିଛନ୍ତି। ଏକଦା ସାରା ଦେଶରେ ନିଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସେଲ୍‌ ହକି ଏକାଡେମୀର ପରିଚୟ ଓ ଗାରିମା ନିମ୍ନଗାମୀ ହେବାରେ ଲାଗିଛି। ଦିନକୁ ଦିନ ଆର୍‌ଏସପିରେ ବଢ଼ିଚାଲିଛି ବରିଷ୍ଠ ଅଧିକାରୀଙ୍କ ସଂଖ୍ୟା। ଏମାନଙ୍କ ମନୋରଞ୍ଜନ ଓ ଶାରିରୀକ ଆବଶ୍ୟକତା ପାଇଁ ରହିଛି ଅନେକ ବ୍ୟବସ୍ଥା। ଏହିସବୁ ନିମନ୍ତେ ଆର୍‌ଏସପି ପକ୍ଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଅଥଚ ସମଗ୍ର ସେଲ୍‌ ଅଧିନସ୍ଥ ଏକ ଗୌରବମୟ ଓ ଗାରିମା ପୂର୍ଣ୍ଣ ସେଲ୍‌ ହକି ଏକାଡେମୀର ଉନ୍ନତି ଓ ପ୍ରଗତୀ ନିମନ୍ତେ ସତେ ଯେପରି କାରଖାନାର ମୁଖିଆ ଡି ଆଇ ସିଙ୍କ ସମେତ ମାଳ ମାଳ ସିଜିଏମ୍‌, ଜିଏମ୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଚିନ୍ତାରେ ନିଦ୍ରାରେ ରହିଥିବା ଅଭିଯୋଗ ହେଉଛି।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ହକି ସମେତ ବିଭିନ୍ନ କ୍ରୀଡ଼ାର ବିକାଶ ନିମନ୍ତେ ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଏକାଧିକ ସୁବିଧା ଓ ସୁଯୋଗ ସୃଷ୍ଟି କରାଯିବା ସହ ଉଦୀୟମାନଙ୍କ ଖେଳାଳୀଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧା ଓ ସୁଯୋଗର ବ୍ୟବସ୍ଥା ହେଉଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନବରତ୍ନ ମାନ୍ୟତା ପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍‌ ଅଧିନସ୍ଥ ହକି ଏକାଡେମୀର ଦୁରାବସ୍ଥା ଦିନକୁ ଦିନ ବୃଦ୍ଧି ପାଉଛି ସିନା ସୁଧୁରିବାର ନାଁ ନେଉନାହିଁ। ଏଭଳି ସ୍ଥିତିରେ ଭଗବାନ ଭରସାରେ ଥିବା ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ସେଲ୍‌ ହକି ଏକାଡେମୀ ପ୍ରତି ଆର୍‌ଏସପି ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସୁଦୃଷ୍ଟି କେବେ ପଡ଼ିବା ତାହା ଦେଖିବାକୁ ବାକି  ରହିଲା।

Leave a Reply

Your email address will not be published. Required fields are marked *