ଜୁନିୟର ପୁରୁଷ ହକି ବିଶ୍ଵକପ : ଭାରତ ପ୍ରଥମ ମ୍ୟାଚ ଚିଲି ସହିତ।


ଚେନ୍ନାଇ(୨୭-୧୧-୨୫) ତାମିଲନାଡୁ ର ଚେନ୍ନାଇ ସ୍ଥିତ ରାଧା କ୍ରିଷ୍ଣନ ଷ୍ଟାଡିୟମରେ ଆସନ୍ତା କାଲି ଠାରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ଵକପ ଏହା ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ଏକା କାଳୀନ ଚେନ୍ନାଇ ଓ ମଦୁରାଇ ରେ ଏହି ବିଶ୍ଵ କପ ହକି ପ୍ରତିଯୋଗୀତା ଖେଳା ଯିବ। ଏହି ପ୍ରତିଯୋଗୀତାରେ ଯୋଗ୍ୟତା ଅର୍ଜନ କରି ମୋଟ ୨୪ ଟି ଦେଶ ଭାଗ ନେଇଛନ୍ତି । ଭାରତ ପୁଲ- ବି ରେ ରହି ଚିଲି,ଓମାନ ଓ ସୁଇଜରଲ୍ୟାଣ୍ଡ ସହିତ ନିଜର ମୁକାବିଲା କରିବ। ଆସନ୍ତା କାଲି ଭାରତ ପ୍ରଥମ ମ୍ୟାଚ ଚେନ୍ନାଇ ର ରାଧା କ୍ରିଷ୍ଣନ ଷ୍ଟାଡିୟମ୍ ରେ ଚିଲି ସହିତ ମୁକାବିଲା କରିବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ଦଳର କୋଚ୍ ପି ଆର୍ ଶ୍ରୀ ଜେସ କହିଛନ୍ତି ଆମ ଦଳ ଆମ ଗ୍ରୁପ ରେ ଏକ ମଜବୁତ୍ ଦଳ ତେଣୁ ଆମେ ପ୍ରତ୍ୟେକ ମ୍ୟାଚ୍ ଜିତି କିଭଳି ଗ୍ରୁପ ର ଶୀର୍ଷରେ ରହିବୁ ସେ ନେଇ ରଣନୀତି ପ୍ରସ୍ତୁତ କରିଛୁ । ଦଳରେ ଗୋଲ କିପର ଠୁ ଆରମ୍ଭ କରି ଡିଫେଣ୍ଡର, ମିଡ ଫିଲ୍ଡର ଓ ଫରୱାର୍ଡ ଖେଳାଳି ସମସ୍ତେ ଫିଟ ଅଛନ୍ତି । ମୋର ସହଯୋଗୀ କୋଚ୍ ବୀରେନ୍ଦ୍ର ଲାକ୍ରା ମଧ୍ୟ ଦଳ ପାଇଁ କଠିନ ପରିଶ୍ରମ କରୁଛନ୍ତି । ତେଣୁ ଆମେ ନିଶ୍ଚିତ ଭଲ ପ୍ରଦର୍ଶନ କରିବୁ ବୋଲି ଦୃଢତାର ସହିତ କହିଲେ ଦଳର କୋଚ୍ ଶ୍ରିଜେସ। ସେହିଭଳି ଦଳର ଅଧିନାୟକ ରୋହିତ କହିଲେ ଆମ ଦୀର୍ଘ ୧୦ ଦିନ ହେଲା ଏହି ଷ୍ଟାଡିୟମ୍ ରେ ଅଭ୍ୟାସ ଜାରି ରଖିଛୁ । ଆମ ଦଳର ସମସ୍ତ ଖେଳାଳି ଫିଟ ଅଛନ୍ତି । ଦଳର ଅଧିନାୟକ ହିସାବରେ ଦୁଇ ଦକ୍ଷ କୋଚ୍ ଙ୍କ ସହିତ ପଡିଆ କୁ ଓହ୍ଲାଇବୁ । ଦଳରେ ଦକ୍ଷତା ର ଅଭାବ ନାହିଁ । ଆମେ ଏଠାକାର ପାଣିପାଗ ସହିତ ନିଜକୁ ଗଢ଼ିଚୁ ପ୍ରାୟତ ପ୍ରତ୍ୟେକ ମ୍ୟାଚ୍ ରାତିରେ ଥିବାରୁ ଆମକୁ ବିଶେଷ କିଛି ଅସୁବିଧା ହେବ ନାହିଁ । ଚିଲି ସହିତ ପ୍ରଥମ ମ୍ୟାଚ ନିଶ୍ଚିତ ଭଲ ମୁକାବିଲା ହେବ ସେଥିପାଇଁ ଆମ ଦଳ ପୁରା ପ୍ରସ୍ତୁତ ଅଛି।

Leave a Reply

Your email address will not be published. Required fields are marked *