ଚେନ୍ନାଇ: (୩୦-୧୧-୨୫)
ଚେନ୍ନାଇ ର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଚଳିତ ୨୮ ନଭେମ୍ବର ରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ଵକପ ପ୍ରତିଯୋଗିତା ଯାହା ଡିସେମ୍ବର ୧୦ ରେ ସରିବ ଏକା ଧାରରେ ଚେନ୍ନାଇ ଓ ମଦୁରାଇ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ବିଶ୍ବର ପ୍ରଥମ ଥର ପାଇଁ ୨୪ ଟି ଦଳ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି। ଭାରତୀୟ ଦଳ ପୂଲ୍ ବି ରେ ରହି ତାର ବିଜୟ ଅଭିଯାନ ଜାରି ରଖିଛି ପ୍ରଥମେ ଚିଲି କୁ ଓ ପରେ ଓମାନ କୁ ପରାସ୍ତ କରି ଗ୍ରୁପ ର ଶୀର୍ଷ ରେ ରହିଛି । ଭାରତୀୟ ଦଳ କୁ ପ୍ରଶିକ୍ଷଣ ଦେଉଛନ୍ତି ଦୁଇ ଅଲମ୍ପିକ୍ ପଦକ ଧାରୀ କୋଚ୍ ପି ଆର ଶ୍ରିଜେସ ଓ ବୀରେନ୍ଦ୍ର ଲାକ୍ରା ।
ବିରେନ୍ଦ୍ର ଲାକ୍ରା ଙ୍କ ସହିତ ଏକ ସାକ୍ଷାତକାର।
ପ୍ରଶ୍ନ: ଭାରତୀୟ ଜୁନିୟର ଦଳର ସହଯୋଗୀ କୋଚ୍ କିପରି ଲାଗୁଛି ?
ଉତ୍ତର: ଖୁବ୍ ଗର୍ବିତ ମନେ ହେଉଛି ଧନ୍ୟବାଦ ଜଣାଉଛି ହକି ଇଣ୍ଡିଆ କୁ ଯେଉଁମାନେ ମୋତେ ସହଯୋଗୀ କୋଚ୍ ହିସାବରେ ଗୁରୁ ଦାୟିତ୍ବ ଦେଇଛନ୍ତି । ପଡ଼ିଆରେ ଖେଳିବା ଓ ଦଳରେ ରହି ଖେଳାଳି ଙ୍କୁ ପ୍ରଶିକ୍ଷଣ ଦେବା ଏକ ନୂଆ ଅନୁଭୂତି ଏହି ଭଳି ଅନୁଭୂତି କୁ ମୁଁ କେବେ ଭୁଲି ପାରିବି ନାହିଁ। ମୁଁ କେବେ ଭାବି ନଥିଲି ଏଭଳି ଦାୟିତ୍ବ ମୋତେ ମିଳିବ ବୋଲି ।
ପ୍ରଶ୍ନ: ଦଳରେ ସହଯୋଗୀ କୋଚ୍ ର ଦାୟିତ୍ବ କେତେ ଗୁରୁତ୍ଵ ପୂର୍ଣ୍ଣ ଅଟେ ?
ଉତ୍ତର: ନିହାତି ଏହା ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା କାରଣ ଦଳରେ ଥିବା ପ୍ରତ୍ୟେକ ଖେଳାଳି ଙ୍କ ର ଭଲ ଓ ମନ୍ଦ ଉଭୟକୁ ତଦାରଖ କରି ତାଙ୍କୁ ଉଚିତ୍ ମାର୍ଗ କୁ ଆଣି ଭଲ ଖେଳାଳି ଟିଏ ସୃଷ୍ଟି କରିବା ପଛରେ ମୁଖ୍ୟ କୋଚ୍ ର ଭୂମିକା ଯେତିକି ଗୁରୁତ୍ଵ ସେତିକି ସହଯୋଗୀ କୋଚର ମଧ୍ୟ । ତେଣୁ ଏଭଳି ଏକ ଚ୍ୟାଲେଞ୍ଜ କୁ ଗ୍ରହଣ କରି ଖେଳାଳି ଙ୍କୁ ଶ୍ରୁଖଳିତ ର ସହିତ ପଡ଼ିଆରେ ପ୍ରଦର୍ଶନ କରାଇବାରେ ଯେଉଁ ପରିଶ୍ରମ ହୁଏ ତାହା ହେଉଛି ଆମର ସଫଳତା।
ପ୍ରଶ୍ନ: ଶ୍ରିଜେସ ଓ ବୀରେନ୍ଦ୍ର ଙ୍କ ଯୋଡ଼ି ଆଗାମୀ ଦିନରେ କେତେ ସଫଳତା ହାସଲ କରିବେ ଓ ଦଳକୁ ବିଶ୍ୱରେ କେଉଁ ସ୍ତରକୁ ନେବେ ?

ଉତ୍ତର: ଶ୍ରିଯେଶ୍ ଓ ମୁଁ ଦୀର୍ଘ ୧୦ ବର୍ଷ ମିଶି କି ହକି ଖେଳିବା ସହିତ ଉଭୟ ଗୋଟିଏ ରୁମ୍ ରେ ମଧ୍ୟ ରହୁ ଯୁଆଡେ ଯାଉ ମିଶି କି ଯାଉ ତେଣୁ ଉଭୟ ପରସ୍ପରକୁ ଖୁବ୍ ଭଲ ଭାବରେ ଜାଣିଛୁ ଏବେ ମଧ୍ୟ ଏଭଳି ଏକ ସୁଯୋଗ ଆସିଛି ପୁଣି ଉଭୟ ମିଶି ଜୁନିୟର ଜାତୀୟ ହକି ଦଳର କୋଚ୍ ହିସାବରେ କାର୍ଯ୍ୟ କରୁଛୁ। ତେଣୁ ଯେଉଁଭଳି ଦୁଇଜଣ ହକି ରେ ସଫଳତା ପାଇଛୁ ଠିକ୍ ସେହିଭଳି କୋଚିଂ ମାଧ୍ୟମରେ ଆମର ଅନୁଭୂତି କୁ ସେୟାର କରି ଆମ ଦଳକୁ ସଠିକ୍ ଜାଗାରେ ପହଞ୍ଚାଇବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଏବେ ଆମ ଜୁନିୟର ଦଳ ବିଶ୍ଵ ରେକିଂ ରେ ଦୁଇ ନଂ ସ୍ଥାନରେ ଅଛି ଆଶା ଅଛି ନିଶ୍ଚିତ ୧ ନଂ ରେ ପହଞ୍ଜଚିବୁ।
ପ୍ରଶ୍ନ: ଭାରତୀୟ ଦଳରେ ଓଡିଶାର ୪ ଜଣ ଖେଳାଳି ଅଛନ୍ତି ସେମାନଙ୍କ ଦକ୍ଷତା ଉପରେ କେତେ ଆଶାବାଦୀ?
ଉତ୍ତର: ଆମ ପାଇଁ ସମସ୍ତ ଖେଳାଳି ସମାନ କିନ୍ତୁ ଓଡ଼ିଶାର ୩ ଜଣ ଦଳରେ ଓ ଜଣେ ଷ୍ଟାଣ୍ଡ ବାଇ ହିସାବରେ ଅଛନ୍ତି । ରୋସନ କୁଜୁର , ଅଦ୍ରୋହିଟ ଏକ୍କା, ଅନମୋଲ ଏକ୍କା ଭଲ ପ୍ରଦର୍ଶନ କରୁଛନ୍ତି। ଦ୍ରାଗ୍ ଫ୍ଲିକର ହିସାବରେ ଅନମୋଲ ଭଲ କରୁଛି ରୋସନ୍ ଓ ଅଦ୍ରୋହିତ୍ ମଧ୍ୟ ନିଜ ନିଜ ସ୍ଥାନ ରେ ଭଲ ଖେଳୁଛନ୍ତି ।
ପ୍ରଶ୍ନ: ସୁଯୋଗ ମିଳିଲେ ଜଣେ କୋଚ୍ ହିସାବରେ ଆପଣ ଆଗକୁ ସିନିୟର୍ ଦଳ ପାଇଁ କାମ କରିବେ କି ?
ଉତ୍ତର: ମୁଁ ଆଗକୁ କୋଚିଂ କୋର୍ସ କରିବି ଆହୁରି କିପରି ଭଲ କୋଚିଂ ଦେବୀ ସେଥିପାଇଁ ଚେଷ୍ଟା ଜାରି ରଖିବି , କୋଚ୍ ହିସାବରେ ଦଳରେ ଖେଳାଳି ଙ୍କ ସହିତ ଖୁବ୍ ଭଲ ଲାଗୁଚି , ତେଣୁ ଯଦି ଆଗାମୀ ଦିନରେ ମୋତେ ସେମିତି କିଛି ବଡ ସୁଯୋଗ ମିଳିବ ନିଶ୍ଚିତ ସଫଳ ରୂପାୟନ ଦେବା ପାଇଁ ପ୍ରୟାସ କରିବି। ମଣିଷ ର ଆଶା ବହୁତ୍ କିଛି ଥାଏ ତେଣୁ ହକି କୁ ନେଇ କୌଣସି ସୁଯୋଗ କେବେ ହାତ ଛଡ଼ା କରିବି ନାହିଁ। ଯାହା ବି କରିବି ନିଷ୍ଠା ର ସହିତ କରିବି।
ପ୍ରଶ୍ନ: ବିରେନ୍ଦ୍ର ଲାକ୍ରା ଜଣେ ଖେଳାଳି ଓ ପରେ ସହଯୋଗୀ କୋଚ୍ ଏହାକୁ କିପରି ଗ୍ରହଣ କରୁଛନ୍ତି।

ଉତ୍ତର: ମୁଁ ହକି କୁ ଭଲ ପାଏ ହକି ମୋ ଜୀବନ ତେଣୁ ଜଣେ ଖେଳାଳି ହିସାବରେ ମୁଁ ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ,ହକି ମୋତେ ସମ୍ମାନ ଦେଇଛି ପେଟକୁ ଦାନ ବି ଦେଇଛି, ସେହିଭଳି ସହଯୋଗୀ କୋଚ୍ ହିସାବରେ ହେଉ ବା ଆଗକୁ ଅନ୍ୟ କିଛି ବଡ ସୁଯୋଗ ଆସୁ ମୁଁ ସର୍ବଦା ପ୍ରାଣ ପ୍ରଣେ ଚେଷ୍ଟା କରି ହକି କୁ ନେଇ ଦେଶର ସମ୍ମାନ ପାଇଁ ଲଢେଇ ଜାରି ରଖିବି ଓ କାର୍ଯ୍ୟ ମଧ୍ୟ କରିବି।
ପ୍ରଶ୍ନ: ଓଡ଼ିଶାରୁ କଣ ଆଉ ଜଣେ ବିରେନ୍ଦ୍ର ଲାକ୍ରା ଭଳି ଖେଳାଳି ବାହାରିବେ କି ?
ଉତ୍ତର: ନିଶ୍ଚିତ ଏବେ ଦଳରେ ଅନେକ ଦକ୍ଷତା ସମ୍ପନ୍ନ ଖେଳାଳି ଅଛନ୍ତି କେବଳ ବିରେନ୍ଦ୍ର ଲାକ୍ରା ନୁହେଁ ଆହୁରି ବଡ ବଡ ଖେଳାଳି ଓଡ଼ିଶାରୁ ବାହାରିବେ । ନିଜ ଦେଶ ପାଇଁ ଖେଳି ଦେଶକୁ ଗର୍ବିତ କରିବେ ଏହା ମୋର ଦୃଢ଼ ବିଶ୍ୱାସ।
